ଏ ଟି ଏମ ମେସିନ ଗୋଟିଏ ଇଲେକଟ୍ରୋନିକ୍ ବ୍ୟାଙ୍କ ଭାବରେ କାମ କରୁଥିବା ଯନ୍ତ୍ର , ଯାହାକି ଉପଭୋକ୍ତା ମାନଙ୍କୁ ମୌଳିକ ସଂଚାଳନ କରିବାରେ ସାହାଯ୍ୟ କରିଥାଏ | ଏହା କରିବା ପାଇଁ କୌଣସି ବ୍ୟାଙ୍କ କର୍ମଚାରୀ ର ଆବଶ୍ୟକତା ନାହିଁ |

ବିଭିନ୍ନ ପ୍ରକାର ର ଏ ଟି ଏମ ଅପରାଧ

ଶାରୀରିକ ଆକ୍ରମଣ

ଏହି ବର୍ଗ ଟି  ଏ ଟି ଏମ ଭିତରେ ରଖାଯାଇଥିବା ଟଙ୍କା କୁ ଚୋର ମାନେ ଯେତେବେଳେ ଲୂଟିବାକୁ ଚେଷ୍ଟା କରନ୍ତି  ତାହା ସହିତ ଜଡିତ | ଶାରୀରିକ ଆକ୍ରମଣ କରିବାର ବିଭିନ୍ନ ବିଧି ଗୁଡିକ ହେଲା କଠିନ ଏବଂ ବାଷ୍ପୀୟ ବିସ୍ଫୋରକ ର ବ୍ୟବହାର , ଏ ଟି ଏମ ମେସିନ କୁ ଉଠାଇନେବା ଏବଂ ତା ପରେ ତାକୁ ଖୋଲିବାକୁ ଚେଷ୍ଟା କରିବା | ଆଜିକାଲି ଲୋକ ମାନଙ୍କୁ ଆକ୍ରମଣ କରି ଟଙ୍କା ଲୂଟିବା ଗୋଟିଏ ସାଧାରଣ କଥା |

ଯୁକ୍ତିଯୁକ୍ତ ଆକ୍ରମଣ -ଏ ଟି ଏମ ମାଲ୍ବାର/ ଟଙ୍କା ଉପରେ ଆକ୍ରମଣ / ଜାକପୋଟିଂ:

ସାଇବର ଅପରାଧୀ ମାଲ୍ବାର ଅଥବା ଅଧିକୃତ ସଫ୍ଟୱେର ଅନଅଧୀକୃତ ଭାବରେ ଏ ଟି ଏମ ରେ ଚଳାଇ ଥାନ୍ତି | ସେମାନେ ଏ ଟି ଏମ ସଫ୍ଟୱେର କୁ  ସେଠାରେ ଅଥବା ନେଟୱର୍କ ମାଧ୍ୟମ ରେ ବାହାରେ ସଂସ୍ଥାପନ କରନ୍ତି | ମାଲ୍ବାର କୁ ନିୟନ୍ତ୍ରଣ ଏ ଟି ଏମ ର ପିନ ପାଡ଼ ଅଥବା ନେଟୱର୍କ ମାଧ୍ୟମ ରେ ବାହାରେ କରନ୍ତି | ଅନସାଇଟ ସଂସ୍ଥାପନ ଅସୁରକ୍ଷିତ ଯୋଗାଯୋଗ ଯେମିତି ୟୁଏସ ବି ଅଥବା ଅନଅଧୀକୃତ  ଅପେରଟିଙ୍ଗ ସିଷ୍ଟମ  ଚଳାଇବା ଦ୍ୱାରା ସମ୍ଭବ ହୋଇଥାଏ | ମାଲ୍ବାର ରେ କୋଉଣ୍ଟର ଚିହ୍ନଟ, ରିବର୍ତ୍ସ ଇଞ୍ଜିନିଅରିଙ୍ଗ୍ ଅଥବା ଅନଅଧୀକୃତ ବ୍ୟବହାର ର ଲକ୍ଷଣ ସବୁ ଥାଏ | ଏହା ଛଡ଼ା ଏଥିରେ ସୁରକ୍ଷା ବିଧି ଲିଭାଇବା ଲକ୍ଷଣ ସବୁ ଥାଏ | ମାଲ୍ବାର  ର ପ୍ରକାର ଉପରେ କାର୍ଡ ଧାରକ କୁ ସାଧାରଣ ବିନିମୟକରଣ ଦିସିବ ଅଥବା ଏ ଟି ଏମ ଟି ଖରାପ ଅଛି ବୋଲି ଦେଖାଯିବ |

ଜାକପୋଟିଂ: ଡିସ୍ପେନ୍ସ  କାର୍ଯ୍ୟ କୁ ଲକ୍ଷ୍ୟ କରି ଏ ଟି ଏମ ରୁ ସବୁ ଟଙ୍କା ବାହାର କରିବାକୁ ନିୟନ୍ତ୍ରଣ କରନ୍ତି |

ମିତମ: ଏ ଟି ଏମ ର ପି ସି  ଏବଂ ଉପାର୍ଜକ ଙ୍କ ସିଷ୍ଟମ  ର ଯୋଗାଯୋଗ କୁ ଲକ୍ଷ୍ୟ କରି ଅପରାଧୀ ଙ୍କ ଆକାଉଣ୍ଟ୍ ରୁ ପଇସା ନ କାଟି ଟଙ୍କା ବାହାର କରିଦିଏ |

କାର୍ଡ ସ୍କିମିଙ୍ଗ

ସ୍କିମିଙ୍ଗ ହେଉଛି ଇଲେକ୍ଟ୍ରୋନିକ କାର୍ଡ ର ତଥ୍ୟ କୁ ଚୋରି କରିବା ଏବଂ ଅପରାଧୀ କୁ କାର୍ଡ ର ନକଲ କରିବା ପାଇଁ ସାହାଯ୍ୟ କରିବା | ଉପଭୋକ୍ତା ମାନେ ଏ ଟି ଏମ ରେ  ସାଧାରଣ  କାରବାର ଅନୁଭୁତି କରନ୍ତି ଏବଂ ଆକାଉଣ୍ଟ୍ ରୁ ଟଙ୍କା ଚାଲିଗଲା ପରେ ଜାଣନ୍ତି | କାର୍ଡ ର ତଥ୍ୟ ଏବଂ ପିନ ସବୁ ଏ ଟି ଏମ ରୁ ନେଇ ନକଲି କାର୍ଡ ରେ ବ୍ୟବହାର କରାଯାଇ ଟଙ୍କା ବାହାର କରାଯାଇଥାଏ | ଏହା ଦୁନିୟା ରେ ସବୁ ଠାରୁ ବଡ ଡର | କିନ୍ତୁ ଆଣ୍ଟି-ସ୍କିମିଙ୍ଗ  ସମାଧାନ , ଇଭିଏମ ଟେକନୋଲଜି ଏବଂ ସଂସ୍ପର୍ଶ ବିହୀନ  ଏ ଟି ଏମ ଏହାର ସମାଧାନ କରିଛନ୍ତି |

ଲୁଚି ରହି ତଥ୍ୟ ସଂଗ୍ରହ କରିବା :

ସାଇବର ଅପରାଧୀ ଗୋଟିଏ ଫୋରେନ ଯନ୍ତ୍ର ଏ ଟି ଏମ ମେସିନ ରେ ସଂଯୋଗ କରି ଉପଭୋକ୍ତାଙ୍କର କାର୍ଡ ତଥ୍ୟ ସଂଗ୍ରହ କରନ୍ତି | ଏହା ଗୋଟିଏ ୱୟରଟାପ ସାହାଯ୍ୟ ରେ ତାହା କାର୍ଡ ରିଡର ବା ମାଗ୍ନେତିକ ହେଡ଼ ପଢି ସବୁ ତଥ୍ୟ ନକଲ କରିଦିଏ | ଲୁଚି ରହି ତଥ୍ୟ ସଂଗ୍ରହ କରିବା ଯନ୍ତ୍ର  ର ବ୍ୟବହାର କାର୍ଡ ରିଡର ଦ୍ୱାରା ଉପଭୋକ୍ତାଙ୍କର କାର୍ଡ ତଥ୍ୟ  ସବୁ ପଢିବା |

ଟଙ୍କା ଚୋରି :

କାର୍ଡ ଶିମିଙ୍ଗ ଯନ୍ତ୍ର  ଉପଭୋକ୍ତାଙ୍କର କାର୍ଡ ଏବଂ କାର୍ଡ ରିଡର ମଧ୍ୟରେ ଗୋଟିଏ ଫୋରେନ ଯନ୍ତ୍ର ରଖି ଉପଭୋକ୍ତାଙ୍କର କାର୍ଡ ର ତଥ୍ୟ ସବୁ ଚୋରି କରନ୍ତି | ଅପରାଧୀଙ୍କ ଦ୍ୱାରା କାର୍ଡ ଶିମିଙ୍ଗ ଯନ୍ତ୍ର ରଖି ବାରମ୍ବାର କାର୍ଡ ର ତଥ୍ୟ ସବୁ କୁ ଆକ୍ରମଣ କରିଥାଏ ଏବଂ ମାଗ୍ନେଟିସି ପାଟି ର ତଥ୍ୟ ମଧ୍ୟ ଚୋରି କରିଥାନ୍ତି |

କାର୍ଡ ଫସାଇବା :

କାର୍ଡ ଫସାଇବା ହେଉଛି ପ୍ରକୃତ କାର୍ଡ ଟି  ଏ ଟି ଏମ ରେ ଯନ୍ତ୍ର ଖଞ୍ଜି ଚୋରି  କରନ୍ତି | କାର୍ଡ ଟି ଏ ଟି ଏମ ରେ ଫସେଇକି ପିନ ଟି ଚୋରି କରିଦିଅନ୍ତି |

କିପେଡ଼ ଯାମଇଂ:

ଅପରାଧୀ ଏଣ୍ଟେର ଏବଂ କନ୍ସଲ ବଟନ ଅଠା ବା ପିନ ବା ବ୍ଲେଡ ବଟନ ର ଧାରରେ ଲଗାଇ ଯାମ  କରିଦିଅନ୍ତି | ତେଣୁ ଉପଭୋକ୍ତା ପିନ ଦେଲା ପରେ  ଏଣ୍ଟର/ଓକେ ବଟନ ମାରିଲେ ତାହା କାମ କରେନି ତେଣୁ ଲାଗେ ମେସିନ କାମ କରୁନି | କେନସାଲ  ସଂଚାଳନ ବିଫଳ ହୁଏ | ବହୁତ ଜାଗା ରେ ଉପଭୋକ୍ତା ପଳେଇଯାନ୍ତି .....ସେତେବେଳେ ଅପରାଧୀ ମେସିନ  ରେ ବଦଳାଇଦିଏ | ଗୋଟିଏ ସଂଚାଳନ  ୨୦ ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ସକ୍ରିୟ ଥାଏ , ଏବଂ ସିଏ ଅଠା ବା ପିନ ଏଣ୍ଟର ବଟନ ରୁ କାଢି ଟଙ୍କା କାଢି ନିଅନ୍ତି | ଉପଭୋକ୍ତା ର ଟଙ୍କା କାଢ଼ିବ ସୀମା ଭିତରେ ଟଙ୍କା ବାହାରିଥାଏ | କାର୍ଡ ଆଉ ଥରେ ସ୍ବାଇପ କରି ପିନ ନଦେଲେ ଆଉ ଗୋଟିଏ ସଂଚାଳନ କରିପାରିବେନି |

ଲେନଦେନ  ଓଲଟପାଲଟ ଧୋକାଧାଡି :

ଏହା ଗୋଟିଏ ଭୁଲ ତିଆରି କରେ ଯେମିତି ଟଙ୍କା ବାହାରିନି ଦେଖାଇବା | ଆକାଉଣ୍ଟ ପୁଣି ଆଉ ଥରେ କ୍ରେଡିଟ ହେଇଯାଏ  କିନ୍ତୁ ଅପରାଧୀ ସବୁ ଟଙ୍କା ନେଇଯାଏ | ଏହା ପ୍ରକୃତ ରେ ଟଙ୍କା ନେଇଯାନ୍ତି ଅଥବା ଲେନଦେନ ମେସେଜ କୁ ଖରାପ କରିଦିଅନ୍ତି |

ସବୁଠାରୁ ସାଧାରଣ ପ୍ରକାରର ଏ ଟି ଏମ ସାଇବର ଧୋକା :

ଆଜିକାଲି ଅପରାଧୀ ମାନେ ଟିକେ ଟେକ୍ନୋଲୋଜି ବିଷୟରେ ଅଧିକ ଜ୍ଞାନ ରଖୁଥିବାରୁ ସବୁଠାରୁ ସାଧାରଣ ପ୍ରକାରର ଏ ଟି ଏମ ସାଇବର ଧୋକା  ହେଉଛି :

କ୍ୟାସେଟ ପ୍ରତାରଣା ସୁବିଧା କରିଦେବା ଧୋକା

 ଯେଉଁଠାରେ ଏ ଟି ଏମ ଗୁଡିକ ରେ ଗୋଟିଏ ଥର  ଟଙ୍କା କାଢିଲା ବେଳେ ଟଙ୍କା ବାହାରକରିବା ପରିମାଣ ଗୁଣନ ହୋଇ ବାହାରିଥାଏ |

ସରଚାର୍ଜ ଧୋକା 

ଏହା ଏ ଟି ଏମ ର ପ୍ରୋଗ୍ରାମ କୁ ଏମିତି ଭାବରେ ବଦଳା ଯାଇଥାଏ ଯେ ଆକ୍ରମଣକାରୀଙ୍କର କାର୍ଡ ର ସରଚାର୍ଜ ଶୂନ୍ୟ ହୋଇଥାଏ |

ଗୋପନୀୟତା ସାଲିସ

ଯେଉଁ ଠାରେ ଅପରାଧୀ ଏ ଟି ଏମ ପ୍ରଣାଳୀ ଲଗ କୁ ଅନଧିକୃତ ଭାବରେ ପହଂଚିଥାଏ ଏବଂ ଗୋପନୀୟ ସୂଚନା ସବୁ ର ଫାୟଦା ଉଠାଇଥାନ୍ତି |

ସଫ୍ଟୱେର ସାଲିସ ଧୋକା- ଏହି ପ୍ରଣାଳୀ ରେ ଅନ୍ୟ ଏ ଟି ଏମ  ର ଧୋକା ଧାରା  ପଡିଥାଏ ଯେଉଁଥିରେ ସଫ୍ଟୱେର ର ଦୁର୍ବଳତା କୁ ଆକ୍ଷେପ କରି ଏ ଟି ଏମ ସଂଚାଳନ ରେ ହେରଫେର କରନ୍ତି |

ଏହି ସବୁ ଠାରୁ କାର୍ଡ ସ୍କିମିଙ୍ଗ ବାରମ୍ବାର ଏ ଟି ଏମ କୁ ଆକ୍ରମଣ କରେ  ଏବଂ ଏବେ ପ୍ରାୟ ୯୫ % କ୍ଷତି ର କାରଣ | କିନ୍ତୁ କାର୍ଡ ସ୍କିମିଙ୍ଗ କୁ ରୋକିବା ପାଇଁ ଆଣ୍ଟି ସ୍କିମିଙ୍ଗ ସମାଧାନ, ସବୁ ବ୍ୟବହାର କରାଯିବ ଉଚିତ |

କାର୍ଡ ସ୍କିମିଙ୍ଗ ର ବିକାଶ ହେଉଛି ଯାହାଦ୍ୱାରା ଅପରାଧୀ ମାନେ ଆହୁରି ସଂଗଠିତ ଭାବରେ ସବୁଠାରୁ ଦୁର୍ବଳ ଯୋଗସୂତ୍ର ତୋ ପଳାଉଛନ୍ତି |

ଆଣ୍ଟି ସ୍କିମିଙ୍ଗ ସମାଧାନ, ସବୁ ବ୍ୟବହାର କଲେ ଏ ଟି ଏମ ସବୁ କୁ ସୁରକ୍ଷିତ ଏବଂ ବିପଦ ରୁ ରକ୍ଷା କରି ପାରିବା |

ଏ ଟି ଏମ ସୁରକ୍ଷା ବିଧି

  • ଆପଣଙ୍କ କାର୍ଡ କୁ ସୁରକ୍ଷିତ ଜାଗା ରେ ରଖନ୍ତୁ |
  • ପିନ ର ସଂଖ୍ୟା କାର୍ଡ ରେ ଲେଖନ୍ତୁ ନାହିଁ |
  • ଆଉ କାହାରିକୁ କାର୍ଡ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ |
  • ପିନ ର ସଂଖ୍ୟା କାହାକୁ କହିବେ ନାହିଁ |
  • ଏ ଟି ଏମ ରେ କୌଣସି ଅଚିଂହା ବ୍ୟକ୍ତି ଙ୍କ ଠାରୁ ସାହାଯ୍ୟ ନିଅନ୍ତୁ ନାହିଁ |  ସବୁ ବ୍ୟାଙ୍କ ଗୋଟିଏ ଟୋଲ ଫ୍ରି ନୁଁମ୍ବର  ସବୁ ଏ ଟି ଏମ ରେ ଲେଖା ହେଇଥାଏ  ତେଣୁ ଆପଣମାନେ ଏହି ନୁଁମ୍ବର ଲେଖିକି ରଖିବା ଉଚିତ |
  • କାର୍ଡ ହଜିଗଲେ ବା ଚୋରି ହେଲେ ସଂଗେସଂଗେ ଜଣାନ୍ତୁ |
  • ବ୍ୟାଙ୍କ କା ପିନ ଏବଂ ହେଲ୍ପ ଲାଇନ ଟେଲିଫୋନ ନୁଁମ୍ବର ଗୋଟିଏ ସୁରକ୍ଷିତ ଜାଗା ରେ ରଖନ୍ତୁ |
Page Rating (Votes : 1)
Your rating: