ଓ୍ୱେବ୍ ବ୍ରାଉଜର ସୂଚନା ଏବଂ ସମ୍ପଦ କୁ ପ୍ରବେଶାନୁମତି ପାଇଁ ବ୍ୟବହାର କରାଯାଏ | ଏହା ଗୋଟିଏ ସଫ୍ଟୱେର ଆପ୍ଲିକସନ ଯାହା ୱେବ ପୃଷ୍ଠା ଗୁଡିକୁ ପ୍ରଦର୍ଶନ କରେ | ଏହା ଆପଣଙ୍କର ପ୍ରଥମ ପାହାଚ ଅନଲାଇନ ଗୋପନୀୟତା ଏବଂ ବ୍ୟକ୍ତିଗତ ସୂଚନା କୁ ସୁରକ୍ଷିତ ରଖେ | ଓ୍ୱେବ୍ ବ୍ରାଉଜର ବ୍ୟକ୍ତିଗତ କୋମ୍ପୁଟର ଏବଂ ଲାପଟୋପ ଆଉ ମୋବାଇଲ ଫୋନ ରେ ମଧ୍ୟ ବ୍ୟବହାର କରାଯାଏ | ସବୁବେଳେ ଅଦ୍ୟତନ ବ୍ରାଉଜର ବ୍ୟବହାର କରନ୍ତୁ | ଆଜିକାଲି ଓ୍ୱେବ୍ ବ୍ରାଉଜର ଯେମିତିକି ଇଣ୍ଟର୍ନେଟ ଏକ୍ସପଲରର , ମୋଜ଼ିଲ୍ଲା ଫୈରଫୋକ୍ସ , ଗୂଗଲେ କ୍ରୋମ ଏବଂ ଅପ୍ପଲେ ସଫାରୀ ପ୍ରାୟେ ସବୁ କୋମ୍ପୁଟର ରେ ସଂସ୍ଥାପନ କରାଯାଏ | ଅନଲାଇନ ଚୋର ମାନେ ଏହି ୱେବ ବ୍ରାଉଜର ର ଫାୟଦା ଉଠାନ୍ତି| ମହିଳା ମାନେ ଯିଏ ଟେକନିକୀୟ ଆଶଙ୍କା ବିଷୟ ରେ ଜାଣିନଥିବେ ସେମାନେ ଓ୍ୱେବ୍ ବ୍ରାଉଜର ବ୍ୟବହାର କଲା ବେଳେ ସାଇବର ଚୋରି ର ଶିକାର ହୁଅନ୍ତି | ତେଣୁ ଆମେ ବ୍ରାଉଜର ସୁରକ୍ଷା ବିଷୟ ରେ କିଛି ତଥ୍ୟ ଜାଣିବା ଉଚିତ |

ଆପଣକର ୱେବ ବ୍ରାଉଜର କୁ ସୁରକ୍ଷିତ କରିବେ କାହିଁକି ?

ବ୍ରାଉଜର ର ସୁରକ୍ଷା ଆପଣଙ୍କର ଅନଲାଇନ ସୁରକ୍ଷା ର ପ୍ରଥମ ପାହାଚ | ଅନଲାଇନ ଚୋର ମାନେ ଏହି ୱେବ ବ୍ରାଉଜର ର ଫାୟଦା ଉଠାନ୍ତି ଏବଂ ଓ୍ୱେବ୍ ବ୍ରାଉଜର ବ୍ୟବହାର କଲା ବେଳେ ସାଇବର ଚୋରି ର ଶିକାର ହେବ ବହୁତ ବଢି
ଯାଇଛି | ଏହି ଅସୁବିଧା ସବୁ ହେଵା ର କାରକ ଗୁଡିକ ହେଉଛି :

  • ବହୁତ ମହିଳା କୋମ୍ପୁଟର ରେ ଥିବା ୱେବ ଲିଙ୍କ ଗୁଡିକ ବିଷୟ ରେ ସଚେତନତା ନଥାଏ |
  •  ସଫ୍ଟୱେର ଏବଂ ତୃତୀୟ ପକ୍ଷ ସଫ୍ଟୱେର ପାକେଜ ସଂସ୍ଥାପନ ଭେଦ୍ୟ ସବୁ ବଢ଼ାଇ ଥାଏ |
  •  ବହୁତ ୱେବସାଇଟ ଉପଭୋକ୍ତା ମାନଙ୍କୁ ଅନୁରୋଧ କରେ ସଫ୍ଟୱେର ଏବଂ ତୃତୀୟ ପକ୍ଷ ସଫ୍ଟୱେର ପାକେଜ ସଂସ୍ଥାପନ କରିବା ପାଇଁ | ଯାହାଦ୍ୱାରା କୋମ୍ପୁଟର କୁ ସୁରକ୍ଷା ଅଦ୍ୟତନ ଆସେ ନାହିଁ ଏବଂ କୋମ୍ପୁଟର କୁ ବିପଦ ରେ ପକାଇ ଥାନ୍ତି |
  •  ବହୁତ ଉପଭୋକ୍ତା ମାନେ ୱେବ ବ୍ରାଉଜର କୁ ସୁରକ୍ଷିତ ଭାବରେ ବିନ୍ୟାସ କରିବା ଜାଣି ନାହାନ୍ତି |

ୱେବ ବ୍ରାଉଜର ର ବିପଦ

ବ୍ରାଉଜର ରେ ପୂର୍ବ ନିର୍ଧାରିତ ବିଶେଷ ଗୁଣ ଗୁଡିକ ଅନଲାଇନ ଅଧିବେଶନ ଗୁଡିକ ଉନ୍ନତ କରିଥାଏ | ଏହା ମଧ୍ୟ ଓପିଏରଟିଙ୍ଗ ସିଷ୍ଟମ ଏବଂ ଡାଟାବେସ୍ ଗୁଡିକ କୁ ଅସୁରକ୍ଷିତ କରିଦିଏ | ଅନଲାଇନ ଚୋର ମାନେ ଏହିସବୁ ବ୍ୟବହାର କରି ସେମାନେ ସିଷ୍ଟମ ଫାଇଲ କୁ ନଷ୍ଟ କରନ୍ତି ଏବଂ ତଥ୍ୟ ଚୋରି ସଫ୍ଟୱେର କୁ ସଂସ୍ଥାପନ କରନ୍ତି | କିଛି ବିଶେଷ ଗୁଣ ବ୍ରାଉଜର ର ଭଲରେ କାମ କରିବା ପାଇଁ ଦରକାର ହୁଏ ଏବଂ ଉପଭୋକ୍ତା ତାହା ବୁଝି ତାକୁ ସାମର୍ଥିକରଣ ଅଥବା ନିଷ୍କ୍ରିୟ କରିବା ଉଚିତ |

ବ୍ରାଉଜର କୂକିତ୍ସ

କୂକି ଗୋଟିଏ ଛୋଟ ଡିଜିଟାଲ୍ କୋଡ଼ ଯାହାକି ବ୍ରାଉଜର କୁ ଗୋଟିଏ ୱେବସାଇଟ ପଠେଇଥାଏ , ଯାହାକି ସେହି ବ୍ରାଉଜର ଦ୍ୱାରା ଖୋଲା ହେଇଥାଏ | ବ୍ରାଉଜର ଏହି ତଥ୍ୟ ସବୁ ସଂରକ୍ଷଣ କରି ଯେତେବେଳେ ସେହି ୱେବସାଇଟ କୁ ପ୍ରବେଶ କରିଥାଏ ସେତେବେଳେ ସିଏ ସେହି ୱେବସାଇଟ ର ପ୍ରବେଶ କୁ ଆହୁରି ବ୍ୟକ୍ତିଗତ କରିଥାଏ | ଯଦି କୌଣସି ୱେବସାଇଟ କୂକିତ୍ସ କୁ ବୈଧିକରଣ କରିବା ପାଇଁ ବ୍ୟବହାର କରେ ତେବେ ଚୋର ମାନେ ତାହା କୁ ହାତ କରି ସେହି ୱେବସାଇଟ ରେ ପ୍ରବେଶ କରେ |

କୂକି ଅନ୍ବେଷଣ କରିବା ଅନୁରୋଧ କୁ ସଞ୍ଚୟ କରିବା

  • ଶାନ୍ତି ଗୋଟିଏ ସିନେମା ୱେବସାଇଟ କୁ ଯାଇଥିଲା ଏବଂ ତାକୁ ହାସ୍ୟ ସିନେମା ଭଲ ଲାଗେ ବୋଲି ଉଲ୍ଲେଖ କରିଥିଲା | ତାର ପସନ୍ଦ କୁ ୱେବସାଇଟ ଦ୍ୱାରା ପଠାଯାଇଥିବା କୂକିତ୍ସ ଗୁଡିକ ମାନେ ରଖି ଯେତେବେଳେ ବି ସିଏ ସେହି ୱେବସାଇଟ ଖୋଲେ ତାକୁ ହାସ୍ୟ ସିନେମା ସବୁ ଦେଖାଯାଏ |

କୂକି ଲଗଇନ୍ ସୂଚନା  ସଞ୍ଚୟ କରେ

  • ଯେତେବେଳେ ଉପଭୋକ୍ତା ମାନେ ଗୋଟିଏ ୱେବସାଇଟ କୁ ଲଗଇନ୍ କରନ୍ତି ସେମାନେ ତାଙ୍କର ୟୁଜର ନାଁ ଏବଂ ପାସୱର୍ଡ ବ୍ୟବହାର କରନ୍ତି | ଯଦି ସେମାନେ ବୈଧିକରଣ ହୋଇଯାଇଥାନ୍ତି ତେବେ କୂକି ଉପଭୋକ୍ତା ମାନଙ୍କର ସବୁ ସୂଚନା ସଞ୍ଚୟ କରିଥାଏ | ତାହା ଉପଭୋକ୍ତା ମାନଙ୍କୁ ସବୁ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥାଏ |

ପପ ଆପ୍ସ

ପପ ଆପ୍ସ ଛୋଟ ଝରକା ଯାହା ବ୍ରାଉଜର ରେ ଆପେ ଆପେ ଖୋଲିଥାଏ | ସାଧାରଣତଃ ସେମାନେ ବିଜ୍ଞାପନ ସବୁ ଦେଖାନ୍ତି, ଅଥବା ତାହା ସ୍କାମ ବା ବିପଦ ସଂକୁଳ ସଫ୍ଟୱେର ହୋଇଥିବା | ପପ ଆପ୍ସ ଆପଣଙ୍କୁ ପପ ଆପ୍ସ ଝରକା ରେ ଥିବା ବଟନ କୁ କ୍ଲିକ କରିବା ପାଇଁ ପ୍ରବର୍ତାୟୀ ଥାଏ | ବେଳେ ବେଳେ ବିଜ୍ଞାପନଦାତା ମାନେ ପପ ଆପ୍ସ ଝରକା କରିଥାନ୍ତି ଯାହା କି ବନ୍ଦ ବା ବାତିଲ କରିବା ବଟନ ଦେଖାଯାଏ | ଆପଣ ମାନେ ତାହାକୁ କ୍ଲିକ କଲେ ତାହା ଅନ୍ୟ ପପ ଆପ୍ସ ଝରକା ଖୋଲିଥାଏ ଅଥବା ସିଷ୍ଟମ କୁ ଅଵ୍ୟଧ୍ୟ ନିର୍ଦ୍ଦେଶ ଦିଆଯାୟୀଥାଏ |

ପପ ଆପ୍ସ  ର ଆକର୍ଷଣୀୟ  ଅଫର କୁ କ୍ଲିକ କଲେ ତାହା ବିନା ଅଭିସୂଚନା ଦେଵୀ ଆପଣଙ୍କ ଠାରୁ  ପଇସା ନେବା

  • ସୀତା ଅନଲାଇନ ସଂଗୀତ XYZ@music.com ରୁ ସୁନେ , କିଛି ସମୟ ପରେ ସିଏ ଗୋଟିଏ ପପ ଆପ୍ସ ଦେଖିଲା ଯାହା କହୁଥିଲା ଯେ ସିଏ ଗୋଟେ କ୍ଲିକ ରେ ସବୁ ନୂଆ ଗୀତ ଡାଉନ୍ଲୋଡ୍ କରିପାରିବ | ସିଏ ଫର୍ମ ଟିକୁ ଭାରି ଦେଲା ଯାହା ବ୍ରାଉଜର ରେ ଦେଖା ଯାଉଥିଲା | ଗୋଟେ ମାସ ପରେ ତାର କ୍ରେଡିଟ କାର୍ଡ ବିଲ ତା କିଛି ଅଵ୍ୟଧ୍ୟ ଚାର୍ଜ ଦେଖାଉଚି | ସିଏ ଆଶ୍ଚର୍ଯ୍ୟ ହୋଇ ସେହି ୱେବସାଇଟ କୁ ବାରମ୍ବାର ଫୋନ କଲା କିନ୍ତୁ କିଛି ଉତ୍ତର ପାଇଲା ନାହିଁ |

ସ୍କ୍ରିପ୍ଟ:

ସ୍କ୍ରିପ୍ଟ ସବୁ ୱେବସାଇଟ କୁ ଆହୁରି ପାରସ୍ପରିକ କ୍ରିୟାକ୍ଷମ ବନେଇଥାଏ| ଏହା ପ୍ରାୟତ୍ତ ୱେବ ବ୍ରାଉଜର ସହିତ ବ୍ୟବହାର ହୋଇଥାଏ , ଯାହାର ରୂପାୟନ କ୍ଲାଏଣ୍ଟ୍-ପକ୍ଷ ସ୍କ୍ରିପ୍ଟ ଗୁଡିକ ଉପଭୋକ୍ତା ମାନଙ୍କୁ ପାରସ୍ପରିକ କ୍ରିୟାକ୍ଷମ କରିଥାଏ , ବ୍ରାଉଜର କୁ ନିୟନ୍ତ୍ରଣ କରେ , ଅସମକାଳୀନ ସଂଚାର କରେ , ଡକ୍ୟୁମେଣ୍ଟ ସୂଚୀ ସବୁ ବଡଲାଇଥାଏ | ସେହି ସ୍କ୍ରିପ୍ଟ ଭିତରେ ବିଦ୍ୱେଷୀ କୋଡ଼ ସବୁ ୱେବ ବ୍ରାଉଜର କୁ ନିୟଂତ୍ରଣ କରେ | ତାହା ସିଷ୍ଟମ କୁ କ୍ଷତି କରିଥାଏ |

ପ୍ଲଗ୍-ଇନ୍ସ ୱେବ ବ୍ରାଉଜର ରେ ବ୍ୟବହାର ହେଉଥିବା ପୂର୍ବରୁ ଥିବା ଆପ୍ଲିକେସନ ଏବଂ ନେଟସ୍କେପ ୱେବ ବ୍ରାଉଜର ନ ପି ଏ ପି ଏଇ ମାନକ ଦ୍ୱାରା ପରିବର୍ଦ୍ଧନ କରାଯାୟୀ ଥାଏ | ପରେ ଏହି ମାନକ ବହୁତ ୱେବ ବ୍ରାଉଜର ଦ୍ୱାରା ବ୍ୟବହାର କରାଯାଏ | ପ୍ଲଗ୍-ଇନ୍ସ ଏବଂ ଆକଟିବ ଏକ୍ସ କଣ୍ଟ୍ରୋଲସ ସବୁ ସମାନ କିନ୍ତୁ ତାହା ୱେବ ବ୍ରାଉଜର ବାହାରେ ନିଷ୍ପାଦନ କରା ହୋଇପାରିବନି| ଆଡ଼ବ ଫ୍ଲସ ଆପ୍ଲିକେସନ ର ଗୋଟିଏ ଉଦାହରଣ ଯାହା ଗୋଟିଏ

ପ୍ଲଗ୍-ଇନ୍ସ ଭାବରେ ୱେବ ବ୍ରାଉଜର ରେ ବ୍ୟବହାର ହୁଏ |

ପ୍ଲଗ୍-ଇନ୍ସ ଡାଉନ୍‌ଲୋଡ୍ କରନ୍ତୁ ନାହିଁ|

  • ଉଦାହରଣ ସ୍ୱରୂପ ଉପଭୋକ୍ତା ମାନେ ଆଡ଼ବ ଫ୍ଲସ ପ୍ଲାଏର ଭଳିଆ ପ୍ଲଗ୍-ଇନ୍ସ ଡାଉନ୍ଲୋଡ୍ ଏବଂ ସଂସ୍ଥାପନ କରନ୍ତି ତାହେଲେ ୱେବ ପେଜ ଯେଉଁଥିରେ ଭିଡ଼ିଓ କିମ୍ବା ଗେମ ଥାଏ | କିନ୍ତୁ ପ୍ଗଗ -ଇନ୍ସ ଗୋଟିଏ କି ଲଗର ସହିତ ସଂସ୍ଥାପନ କରନ୍ତୁ ତାହେଲେ ଉପଭୋକ୍ତା ଙ୍କର ସବୁ କି ଷ୍ଟ୍ରୋକ ଯାହା ବ୍ରାଉଜର ରେ ଟାଇପ ହେବ ତାହା ଆକ୍ରମଣକାରୀ ଙ୍କୁ ପଠେଇଥାଏ |

ବ୍ରାଉଜର ର ଗୋପନୀୟତା ବ୍ୟବସ୍ଥାପନ

ସବୁ ବ୍ରାଉଜର ର ଗୋପନୀୟତା ବ୍ୟବସ୍ଥାପନ ଉପଭୋକ୍ତା ଙ୍କ ପାଇଁ ଥାଏ | ବିକଳ୍ପ ସମୂହ ଭିତରେ ବ୍ୟକ୍ତିଗତ ଵ୍ରଉସିଂ , ଆକ୍ଟିଭିଟି ନିୟନ୍ତ୍ରଣ ଲଗ , କୂକିତ୍ସ ଲିଭାଇବା | କିନ୍ତୁ ବ୍ରାଉଜର ର ଗୋପନୀୟତା ବିକଳ୍ପ ସମୂହ ଦୂରବର୍ତ୍ତୀ ଗୁପ୍ତଚର ବା କେହି ଯଦି ସ୍ପିୱେର ସଫ୍ଟୱେର  ବ୍ୟବହାର  କରୁଥାନ୍ତି ସେଥିରୁ ବଞ୍ଚାଇବ |

ବ୍ୟକ୍ତିଗତ ବ୍ରାଉଜିଂ

ଏହା ଉପଭୋକ୍ତା ମାନଙ୍କୁ ଇଣ୍ଟେର୍ନେଟ ବ୍ୟବହାର କରିବା ପାଇଁ ଅନୁମତି ଦିଏ ଏବଂ ବ୍ରାଉଜର କୁ ଇତିହାସ ସଂଗ୍ରହ କରିବାକୁ ଅନୁମତି ଦିଏ ନାହିଁ | ଏହା ସାହାଯ୍ୟକାରୀ ହୋଇଥାଏ ଯେବେ ଜଣେ ଦୃଷ୍ଟି ରଖି ଥାଏ ବ୍ରାଉଜର ଇତିହାସ ଉପରେ | କିନ୍ତୁ ବ୍ୟକ୍ତିଗତ ବ୍ରାଉଜିଂ କୁ ଜାଣିବା ପାଇଁ ଚେଷ୍ଟା କଲେ ତାହା ନିରୋଧ କରେ ନାହିଁ | ଗୂଗଲ କ୍ରୋମ ରେ ଏହା ଇନକୋଗନିଟୋ ବିଧି ଏବଂ ଇଣ୍ଟେର୍ନେଟ ଏକ୍ସପଲରର ରେ ଏହା ବ୍ୟକ୍ତିଗତ| ମୋଜ଼ିଲ୍ଲା ଫାଇରଫୋକ୍ସ ଏବଂ ସଫାରୀ ରେ ଏକ ବ୍ୟକ୍ତିଗତ ଝରକା ଅଛି ଯେଉଁଥିରେ ବ୍ୟକ୍ତିଗତ ବିଧି ରେ ବ୍ରାଉଜିଂ କରିପାରିବେ |

ଅନୁସରଣ କରନ୍ତୁ ନାହିଁ

ଏହା ଏକ ବିନ୍ୟାସ ଯାହା ଉପଭୋକ୍ତା ମାନଙ୍କୁ ତୃତୀୟ ପକ୍ଷ ଅନୁସରଣ ରୁ , ଯେମିତି ବିଜ୍ଞାପନଦାତା ଅଥବା ୱେବସାଇଟ ରୁ ବହାରିଯିବା ପାଇଁ | ଏହି ଫିଚର୍ ଖାଲି ତୃତୀୟ ପକ୍ଷ ଅନୁସରଣ ପାଇଁ ଯାହାକି ଉପଭୋକ୍ତା ମାନଙ୍କର ଗୁଣାତ୍ମକ ବିଜ୍ଞାପନ କୁ ଅନୁସରଣ କରେ | ତାହା ୱେବସାଇଟ ରୁ ଆପଣକର ସୂଚନା ପାଇବାରୁ ନିରୋଧ କରେ ନାହିଁ | ସବୁ ବ୍ରାଉଜର ବିନ୍ୟାସ ଅନୁସରଣ ବିକଳ୍ପ ରଖି ନଥାନ୍ତି |

ବ୍ରାଉଜର ର ଇତିହାସ ଲିଭାଇବା

ମନ ରେ ରଖିଥିବେ ଯେ କେହି ଯଦି ଆପଣଙ୍କର କୋମ୍ପୁଟର ବ୍ୟବହାର କୁ ନଜର ରଖିଥିବା ତେବେ ବ୍ରାଉଜର ର ଇତିହାସ ଲିଭାଇବା ସନ୍ଦେହଜନକ ହୋଇପାରେ | କିନ୍ତୁ ବ୍ରାଉଜର ର ଇତିହାସ ଲିଭିଆଇଲେ ଆପଣକର ଗୋପନୀୟତା ବଢ଼ିଥାଏ |

Page Rating (Votes : 0)
Your rating: