ଯେବେ ଆମେ ନୈତିକତା ବିଷୟରେ ରେ କଥା ହେଉ ତେବେ ଆମେ ଏକ ବ୍ୟକ୍ତି ବା ଏକ ସମୂହ ର ଦୃଷ୍ଟିକୋଣ , ମୂଲ୍ୟ ଏବଂ ବିଶ୍ୱାସ ଆଉ ଆଚରଣ ଟାଏ ରେ କହିଥାଉ  |  ନୀତିଶାସ୍ତ୍ର ହେଉଛି ନୈତିକତା ର ଅଧ୍ୟୟନ | ଇଣ୍ଟେର୍ନେଟ ନୀତିଶାସ୍ତ୍ର ର ସମସ୍ୟା ବ୍ୟକ୍ତିଗତ , ସାମାଜିକ ଏବଂ ବିଶ୍ୱବ୍ୟାପୀ| ସରଳ ଭାଷାରେ କମ୍ପୁଟର ର ନୀତିଶାସ୍ତ୍ର ନୈତିକ ସିଦ୍ଧାନ୍ତ ଗୁଡିକକୁ ସମୂହ ଭାବରେ ନିୟନ୍ତ୍ରଣ କରେ | ଏହି ନୈତିକ ସିଦ୍ଧାନ୍ତ ଗୁଡିକକୁ ସମୂହ ଭାବରେ ନିୟନ୍ତ୍ରଣ କରେ କମ୍ପୁଟର ର ଉପଯୋଗ କରିବା ସମୟ ରେ ସ୍ଵୀକାର, ଵ୍ୟଵହାର, ଜଣେ ବ୍ୟକ୍ତି ବା ସମୂହ କୁ ନିୟନ୍ତ୍ରଣ କରେ | ଆମେ ସମସ୍ତେ  ଜାଣିଥାଉ  କି କମ୍ପୁଟର ଏକ ପ୍ରଭାବିୟ ଟେକନିକ  ଏବଂ ଏହା ବ୍ୟକ୍ତିଗତ ଅନ୍ତର୍ବେଧ, ଧୋକାଧାଡି , ଗୋପନୀୟତା ଭଙ୍ଗ , ମାନହାନି , ଚୋରି ଟେକ୍ନୋଲୋଜି , ସାମାଜିକ  ଦାୟିତ୍ୱସମ୍ପନ୍ନ , ଏବଂ ବୌଦ୍ଧିକ ସମ୍ପଦ , କପିରାଇଟ ଭଳିଆ ନୈତିକ ମୁଦ୍ଦା କୁ ଉଠାଇଥାୟ| 

ଇଣ୍ଟେର୍ନେଟ ନୀତିଶାସ୍ତ୍ର ସମସ୍ତଙ୍କ ପାଇଁ

ଗ୍ରହଣ

ଆମକୁ ଗ୍ରହଣ କରିବାକୁ ହେବ କି ଇଣ୍ଟେର୍ନେଟ ଏକ ମୂଲ୍ୟ ମୁକ୍ତ କ୍ଷେତ୍ର ନୁହେଁ | ଏହା ମାନେ ବୋର୍ଲଡ଼ ବାଇଡ ୱେବ ଏକ ଏମିତି ଜାଗା ଯେଉଁଠାରେ ମୂଲ୍ୟ ଙ୍କର   ବ୍ୟାପକ ଅର୍ଥ ଥାଏ ତେଣୁ ଆମକୁ ସାମଗ୍ରୀ ବା ସେବା କୁ ଆକାର ଦେଲା ବେଳେ ଧ୍ୟାନ  ରଖିବାକୁ ପଡେ | ଇଣ୍ଟେର୍ନେଟ ଏକ ସାର୍ବଜନୀନ ସମାଜ ରୁ କିଛି ଅଲଗା ନୁହେଁ ଏବଂ ଏହା ଏକ ପ୍ରାଥମିକ ଘଟକ ଅଟେ | 

ରାଷ୍ଟ୍ରୀୟ ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ସମ୍ବେଦନଶୀଳତା

ଏଠି ସମସ୍ତଙ୍କର ରାଷ୍ଟ୍ରୀୟ ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଅବରୋଧ ନାହିଁ | ଏହା ସ୍ଥାନୀୟ ଟିଭି ଚାନେଲ ବା ସ୍ଥାନୀୟ ଖବରକାଗଜ଼ ଭଳିଆ ମୁଲ୍ୟାଙ୍କର ଅଧୀନ ରେ ନାହିଁ ଏବଂ ଆମକୁ ଏହାର ବହୁଳ ଉପଯୋଗ କରିବା ଉଚିତ |

ଇମେଲ ଏବଂ ଚାଟିଙ୍ଗ ର ଉପଯୋଗ କରିବା ସମୟ ରେ

ଇଣ୍ଟେର୍ନେଟ ର ଉପଯୋଗ ପରିବାର ଏବଂ ସାଙ୍ଗ ମାନଙ୍କ ସାଙ୍ଗରେ ଯୋଗାଯୋଗ କରିବା ପାଇଁ ବ୍ୟବହାର କରିବା ଉଚିତ | ଅଜଣା ଲୋକଙ୍କ ସାଙ୍ଗରେ ଚାଟିଙ୍ଗ ବା ଇମେଲ ଆଦାନ ପ୍ରଦାନ କରନ୍ତୁ ନାହିଁ | ଏହା କରିବା ଦ୍ୱାରା କେଉଁ ବିପଦର ସମ୍ମୁଖୀନ ହେବାକୁ ପଡେ ତାହା ଜାଣିବା ଉଚିତ |

ନିଜର ପରିଚୟ ଲୁଚାଇ ଆଉ କିଏ ହବାର ଢୋଂଗ କରିବା

ଆମେ ଆଉ ଜଣଙ୍କ ବାହାନାରେ ଅନ୍ୟମାନଙ୍କୁ ବୋକା ବନେଇବାକୁ ଇଣ୍ଟେର୍ନେଟ ର ଉପଯୋଗ କରିବା ଉଚିଟ ନୁହେଁ | ଇଣ୍ଟେର୍ନେଟ ଦୁନିୟା ରେ ଅନ୍ୟମାନଙ୍କୁ ବୋକା ବନେଇବାକୁ ନିଜର ପରିଚୟ ଲୁଚାଇବା ଏକ ଅପରାଧ ଏବଂ ଅନ୍ୟ ମାନଙ୍କ ପାଇଁ ଅସୁବିଧା ମଧ୍ୟ |

ଖରାପ ଭାଷା ରୁ ବଞ୍ଚନ୍ତୁ

ଆମକୁ ଇମେଲ , ଚାଟିଙ୍ଗ, ବ୍ଲଗିଂଗ,ଏବଂ ସୋସିଆଲ ନେଟୱର୍କିଙ୍ଗ ରେ ଅସଭ୍ୟ ଭାଷା ର ପ୍ରୟୋଗ କରନ୍ତୁ ନାହିଁ | ଆମକୁ ସମସ୍ତଙ୍କ ବିଚାର ର ସମ୍ମାନ କରିବା ର ଆବଶ୍ୟକତା ରହିଛି ଏବଂ ଇଣ୍ଟେର୍ନେଟ ଉପରେ କାହା ବିଷୟରେ ଆଲୋଚନା କରିବା ଉଚିତ ନୁହେଁ |

ବ୍ୟକ୍ତିଗତ ସୂଚନା ଲୁଚାନ୍ତୁ

ଆମକୁ ଘର ର  ଠିକଣା , ଫୋନ ନୁଁମ୍ବର , ନିଜର ରୁଚି, ପାସୱର୍ଡ , ଭଳିଆ ବ୍ୟକ୍ତିଗତ ସୂଚନା ଦେବା ଉଚିତ ନୁହେଁ | କୌଣସି ଫୋଟୋ ଅଜଣା ବ୍ୟକ୍ତି ଙ୍କୁ ପଠାନ୍ତୁ ନାହିଁ କାରଣ ଏହାର ଦୁରୁପଯୋଗ ମଧ୍ୟ ହୋଇପାରେ ଏବଂ ଆପଣକ ଅଜାଣତରେ ମଧ୍ୟ ଅନ୍ୟମାନଙ୍କୁ ଦିଆଯାଇପାରେ |

ଡାଉନଲୋଡ କରିବା ସମୟ ରେ

ଇଣ୍ଟେର୍ନେଟ ର ପ୍ରୟୋଗ ଭିଡ଼ିଓ ଦେଖିବା ପାଇଁ ଅଥବା ଗେମ ଖେଳିବା ପାଇଁ , ବ୍ରାଉଜ଼ କରି ସୂଚନା ସବୁ ଡାଉନଲୋଡ  କରିବା ପାଇଁ ମଧ୍ୟ ବ୍ୟବହାର କର ଯାଇଥାଏ | ଆମକୁ କପିରାଇଟ ର ମହତ୍ୱ ଏବଂ କପିରାଇଟ ର ବିଷୟରେ ଜାଣିବା ଉଚିତ |

ଇଣ୍ଟେର୍ନେଟ ର ପ୍ରବେଶାନୁମତି

ଇଣ୍ଟେର୍ନେଟ ସମସ୍ତଙ୍କ ପାଇଁ ଏକ ସମୟ-ଦକ୍ଷତା ଉପକରଣ ଯାହାକି ପାଠ୍ୟକ୍ରମ ର ବିକାଶ ର ସମ୍ଭାବନା କୁ ବଢ଼ାଇଥାଏ, ଶିଖିବା ପ୍ରାସାଙ୍ଗିକ ଏବଂ ବିଶ୍ୱସନୀୟ ସୂଚନା କୁ ଜଲ୍ଦି ଏବଂ ସହଜ ରେ ଖୋଜିବାର କ୍ଷମତା ଉପରେ ନିର୍ଭର କରେ | ସେହି ସୂଚନା ର ଚୟନ ଏବଂ ମୂଲ୍ୟାଙ୍କନ କରିବା ପାଇଁ ଇଣ୍ଟେର୍ନେଟ ଉପରେ ଖୋଜିବାର କୌଶଳ କୁ ବିକଶିତ କରିବା ପାଇଁ ସାହାଯ୍ୟ କରିଥାଏ | କକ୍ଷା ଅଭ୍ୟାସ ଏବଂ ଟେକ ହୋମ ମୂଲ୍ୟାଙ୍କନ , ଯାହା ଛାତ୍ର ମାନେ ୱେବସାଇଟ ର ସାମଗ୍ରୀ କୁ ତୁଳନା କରିବା ଆବଶ୍ୟକ ହୋଇଥାଏ | ସଠିକତା ଏବଂ ବିଶ୍ୱସନୀୟତା କୁ ଚିନ୍ହି ବା ପାଇଁ ଛାତ୍ର ମାନଙ୍କୁ ସତର୍କ କରିବା ପାଇଁ ଆଦର୍ଶ ହୋଇଥାଏ | କିଛି ସାଇଟ ନିର୍ଦ୍ଦିଷ୍ଟ ବିଷୟ ରେ ବିଶେଷ ଦୃଷ୍ଟିକୋଣ ଆପଣଆନ୍ତି , ତେଣୁ ଇଣ୍ଟେର୍ନେଟ ତାହାଠାରୁ ଅଲଗା ତଥ୍ୟ କୁ ବିକଶିତ କରେ ଏବଂ ବ୍ୟକ୍ତିନିଷ୍ଠଏବଂ ନିସ୍ପକ୍ଷଶ୍ୟତା ସହ ଖୋଜିବାର କୌଶଳ ପାଇଁ ଏକ ଉପଯୋଗୀ ଉପକରଣ |

ଇଣ୍ଟରନେଟ  ଉପୟୋଗକର୍ତ୍ତା ଙ୍କ ପାଇଁ  ନୈତିକ  ନିୟମ

କମ୍ପୁଟର ର ଉପଯୋଗ କରିବା ସମୟରେ ବ୍ୟକ୍ତିଙ୍କୁ ଯେଉଁ ନିୟମ ର ପାଳନ କରିବା ଉଚିତ ତାହା ମଧ୍ୟ ରୁ କିଛି ତଳେ  ସୂଚୀବଦ୍ଧ  ହୋଇଛି :

  • ଅନ୍ୟ ଉପୟୋଗକର୍ତ୍ତା କୁ ଅସୁବିଧା ପହଂଚାଇବା ପାଇଁ ଇଣ୍ଟରନେଟ ର ଉପଯୋଗ କରନ୍ତୁ ନାହିଁ |
  •  ଅନ୍ୟ ମାନଙ୍କର ସୂଚନା ଚରାଇବା ପାଇଁ ଇଣ୍ଟରନେତ ର ବ୍ୟବହାର କରନ୍ତୁ ନାହିଁ |
  • ଅଧିକାରୀଙ୍କ ଅନୁମତି ବିନା ଫାଇଲ ର ଉପଯୋଗ କରନ୍ତୁ ନାହିଁ |
  •  ଲେଖକ ର ଅନୁମତି ବିନା କୋପୀଡ଼ିତ ସଫ୍ଟୱେର ର ନକଲ କରନ୍ତୁ ନାହିଁ |
  • ସବୁବେଳେ କୋପୀଡ଼ିତ କାନୂନ ଏବଂ ନୀତି ର ସମ୍ମାନ କରନ୍ତୁ |
  •  ଅନ୍ୟ ମାନଙ୍କ ଗୋପନୀୟତା ର ସମ୍ମାନ କରନ୍ତୁ, ଯେମିତି ଆପଣ ଅନ୍ୟ ମାନଙ୍କ ଠାରୁ ପ୍ରତ୍ୟାଶା କରୁଛନ୍ତି ସେହିପରି ଅନ୍ୟ ମାନଙ୍କ ସାଙ୍ଗରେ ସେହିପରି କରନ୍ତୁ |
  •  ତାଙ୍କର ଅନୁମତି ବିନା ଅନ୍ୟ ଉପୟୋଗକର୍ତ୍ତା ର କୋମ୍ପୁଟର ସଂସାଧନ ର ଉପଯୋଗ କରନ୍ତୁ ନାହିଁ |
  •  ଇଣ୍ଟରନେଟ ସେବା ପ୍ରଧତୀ ଆଉ ସ୍ଥାନୀୟ କାନୂନ ପ୍ରବର୍ତନ ଅଧିକାରୀଙ୍କୁ , ଅବୈଧ ସଞ୍ଚାର ଆଉ ଗତିବିଧି ବିଷୟରେ ଶିକାୟତ କରନ୍ତୁ |
  •  ଉପୟୋଗକର୍ତ୍ତା ନିଜର ଉସେର ଆଇଡି ଏବଂ ପାସ୍ୱାର୍ଡ ର ସୁରକ୍ଷା ପାଇଁ ଜିମ୍ମେଦାର ହୁଅନ୍ତି .ମନେରଖିବେ ପାଇଁ କାଗଜ ବା ଅନ୍ୟ କୋଉଠି ଲେଖନ୍ତୁ ନାହିଁ |
  •  ଉପୟୋଗକର୍ତ୍ତାଙ୍କୁ ଜାଣିଶୁଣି କୋମ୍ପୁଟର ର ଉପଯୋଗ ଅନ୍ୟ ମାନଙ୍କର ସୂଚନା ପୁଣି ପ୍ରାପ୍ତ କରିବା ବା ସଂଶୋଧିତ କରିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ , ଯେଉଁଥିରେ ପାସ୍ୱାର୍ଡ ର ସୂଚନା , ଫାଇଲ ଆଦି ଅନ୍ତର୍ଭୁକ୍ତ ହୋଇପାରନ୍ତି |
Page Rating (Votes : 0)
Your rating: